ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେବେ ସ୍ମୃତି ରଂଜନ ପ୍ରଧାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସ୍ମୃତି ରଂଜନ ପ୍ରଧାନ ଯୋଗଦାନ କରିବେ ବୋଲି ଜଣାପଡିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ବୋଲି ଜଣାପଡିଥିବା ବେଳେ ସେ ବର୍ତ୍ତମାନ କଟକ ସ୍ଥିତ ଓଡିଶା ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ସେହିପରି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ଏବଂ ମହିଳା ଓ ଶିଶୁ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ପଣ୍ଡା ଗତ ୨୦୨୧ ମସିହା ଜୁଲାଇ ୧ ତାରିଖ ଦିନ ଗଜପତି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ।