ନାତିର ପଥର ମାଡ଼ରେ ଜେଜେମା ର ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଗାଦବାକତ୍ରା ଗାଁରେ ଅଘଟଣ । ନାତିର ପଥର ମାଡ଼ରେ ଜେଜେମା ର ମୃତ୍ୟୁ ହୋଇଛି । ପାରିବାରିକ କଲହକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ ୬୦ ବର୍ଷୀୟ ରୂପାଦେଇ ଜାନି । ଗତକାଲି ଗାଁରେ ଯାତ୍ରା ଚାଲିଥିବା ବେଳେ ବିଳମ୍ବିତ ରାତିରେ ପରିବାର ରେ କୌଣସି ଏକ ବିଷୟକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଜେଜେମା ରୂପାଦେଇ ସହ ନାତି ଶିବ ଜାନି ର ବଚସା ହୋଇଥିଲା । ଏହାପରେ ନାତି ଶିବ ଜାନି ଉତକ୍ଷିପ୍ତ ହୋଇ ଜେଜେମା ଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ରାତିରେ ପ୍ରଥମେ ମୈଦଲପୁର ମେଡିକାଲ ଏବଂ ପରେ ପାପଡାହାଣ୍ଡି ମେଡିକାଲ କୁ ସ୍ଥାନାନ୍ତର ବେଳେ ରାସ୍ତାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଆଜି ଅଭିଯୁକ୍ତ ଶିବ ଜାନି ଥାନାରେ ଅଟକ ରଖିଛି । ସାଇଣ୍ଟିଫିକ ଟିମ ପହଂଚି ଘଟଣା ସ୍ଥଳରେ ତଦନ୍ତ କରିବା ସହ ହତ୍ୟାକାଣ୍ଡ ର କାରଣ ଖୋଜୁଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.