ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ (ଜି-୨୦ ଜନ ଭାଗୀଦାରୀ) ସୋମବାର ଦିନ ପାରଳାଖେମୁଣ୍ଡି ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଡାକ୍ତର ମୁର୍ମୁ, ପ୍ରଦୀପ କୁମାର ଜେନା, ସାତ୍ମିକ କୁମାର ପଟ୍ଟନାୟକ, ସି .ଏଚ . ସନ୍ତୋଷ କୁମାର ଆଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାର ପ୍ରମୁଖ ସାଧନ କର୍ମୀ ରାମାକାନ୍ତ ପଟ୍ଟନାୟକ, ହରିନାଥ ପାତ୍ର, ଶୈଳେନ୍ଦ୍ର ପାତ୍ର, ଶ୍ୟାମ ସୁନ୍ଦର ଗନ୍ତାୟତ ଉପସ୍ଥିତ ଥିବା ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଜି-୨୦, ନିପୁନ ଭାରତ (NIPUN Bharat), ଏନଇପି-୨୦୨୦ (NEP-2020) ଏବଂ ଏଫଏଲଏନ (FLN) କାର୍ଯ୍ୟକ୍ରମ ସମ୍ପର୍କରେ ଫୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏପରି କାର୍ଯ୍ୟକ୍ରମକୁ ନେଇ ଅଭିଭାବଙ୍କ ମହଲରେ ପ୍ରଶଂସା କରାଯାଇଛି ।