ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାତି ଅଧରେ ଲୋକେ ତାତିଲେ,

ରାସ୍ତା ଅବରୋଧ କରିବା ସହ ଜେଇ ଓ ଲାଇନମେନକୁ ଦୀର୍ଘ ସମୟଧରି ଅଟକ

ବାରମ୍ବାର ବିଦ୍ୟୁତ କାଟ ବର୍ତ୍ତମାନର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଶିକାର ଲୋକେ ଆଉବରଦାସ୍ତ ନକରି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମର ଲୋକେ ଜେଇ ଏବଂ ଲାଇନ ମେନକୁ ଅଟକ ରଖି ରାସ୍ତାରୋକ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନକାରୀ ମାନେ ଗ୍ରାମରେ ବାରମ୍ବାର ଦିନସାରା ବିଦ୍ୟୁତ କାଟ କୁ ନେଇ ଅସନ୍ତୋଷଥିଲେ । ସେପଟେ ଗାଁ ରେ ବିଦ୍ୟୁ ଜନିତ ସମସ୍ୟା ଦେଖା ଦେଲେ ମଧ୍ୟ କୌଣସି କର୍ମଚାରୀ ରହୁ ନଥିବାରୁ ବିଦ୍ୟୁତ ସରାବହ ଘଣ୍ଟା ଘଣ୍ଟା ଧରି ହେଉଛି । ସେହି ଅଞ୍ଚଳରେ ଗୋଟିଏ ଲାଇନ ମେନ କୁ ୫ଖଣ୍ଡ ଗ୍ରାମର ଦାୟିତ୍ୱ ଦେଇଛନ୍ତି । ହେଲେ ସେହି କର୍ମଚାରୀମାନେ ୮ଘଣ୍ଟା ସମୟ ପର୍ଯ୍ୟନ୍ତ ନିଜ ନିଜ ଡ୍ୟୁଟି କରି ପଳାଉଛନ୍ତି ।  ଦୀର୍ଘଦିନ ହେଲା ଗାଁରେ ଲୋଭଲଟେଜ ଲଗିରହିଛି ଯାହାର ସମାଧାନ ଲାଗି ଗାଁ ଲୋକେ ବିଭାଗ ପାଖରେ ଆଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଅସହ୍ୟ ଆସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଏଭଳି ସ୍ଥିତିରେ ଲୋକେ ଉତ୍ୟକ୍ତ ହୋଇ ଗତକାଲି ରାତିରେ ଜେଇ ଓ ଲାଇନ ମେନକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକ ରଖି ରାସ୍ତାରୋକ କରିଥିଲେ । ଯାହାଫଳରେ ପାରଳାଖେମୁଣ୍ଡି ଠାରୁ କାଶୀନଗର, ଗୁଣୁପୁର, ରାୟଗଡା ଆଦି ଯିବା ମୁଖ୍ୟ ରାସ୍ତା ଅବରୋଧ ହୋଇଯିବା ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପଟରେ ଅଟକି ରହିଥିଲା । କୌଣସି  ସ୍ଥାୟୀ ସମାଧାନ ନବାହାରିବା ଯାଏ ଆନ୍ଦୋଳନରୁ ଓହରି ବେନି ବୋଲି ଲୋକେ ଜିଦରେ ଅଡି ବସିଥିଲେ  ।  ଏଭଳି ସମସ୍ୟ ନେଇ ସ୍ଥାନୀୟ ଜେଇଙ୍କ କହିବା ହେଲା  ବାରମ୍ବାର ବିଦ୍ୟୁତ କାଟର କୌଣସି କାରଣ ନାହିଁ । କେବଳ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲାଇନ କାଟ ହେଉଛି । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ପୋଲ ଉପାଡିଯିବା ସହ ଗଛ ଡାଳ ମୁଖ୍ୟ ତାର ଗୁଡିକ ଉପରେ ପଡୁଥିବା ଯୋଗୁଁ ତାର ଗୁଡିକ ଛିଣ୍ଡି ଯାଉଛି । ଫଳରେ ମରାମତି କରିବାକୁ ସମୟ ଲଗୁଛି, ତେଣୁ ବିଦ୍ୟୁତ କାଟ କରୁଥିବା ସେ ନିଜ ସଫେଇରେ କହିଛନ୍ତି । ତେବେ ଜେଇଙ୍କ ଏପରି କଥା ଶୁଣି ଶିଶୁପିଲାଙ୍କୁ ଲଲିପପ୍ ଚକଲେଟ ଧରାଇଦେବା ସଦୃଶ୍ୟ ବୋଲି ଆଲୋଚନା କରିଛନ୍ତି । ଏଇ କେତେ ଦିନ ହେଲା କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ବିଭ୍ରାଟ ହେଉଛି କିନ୍ତୁ ଦୈନନ୍ଦିନ କାହିଁକି କଟୁଛି ସେନେଇ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି ।  ଉତ୍ୟକ୍ତ ଲୋକେ ଦୀର୍ଘ ସମୟଧରି ଜେଇ ଲାଇନ ମେନ କୁ ଅଟକ ରଖି ଉତେଜନା ପରିସ୍ଥିତି ଲାଗିରହିଥିଲା । ଘଟଣା ସ୍ଥଳେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଜାସୁଝା କରିବା ପରେ ଜେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତ୍ର ସମୟରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀମାନେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.