ମହେନ୍ଦ୍ରଗିରିରେ ପ୍ଲାଷ୍ଟିକ କ୍ଲିନିଂ ଡ୍ରାଇଭ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ପ୍ଲାଷ୍ଟିକ କ୍ଲିନିଂ ଡ୍ରାଇଭ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ନିତୀଆୟୋଗର ମିଶନ ଲାଇଫ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାପରିଷଦ ସଭାପତି ଜି. ତିରୁପତି ରାଓ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌. କୁମାର, ବନଖଣ୍ଡ ଅଧିକାରୀ ଏସ୍‌. ଆନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟଳୟ, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ, ମହେନ୍ଦ୍ରଗିରି ଇକୋ ଡେଭଲପମେଣ୍ଟ ର ସଦସ୍ୟ ଗଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ, ସ୍ଥାନୀୟ ଜନପ୍ରତିନିଧି ଗଣ, ଯୋଗ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରାଯାଇ ୨ମିନଟ ନିରବ ପ୍ରାର୍ଥନା କରାଯିବା ସହ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରାଯାଇଥିଲା । ପ୍ଲାଷ୍ଟିକ ବ୍ୟବହାରର କୁ ପରିଣିତି ଏବଂ ପ୍ଲାଷ୍ଟିକ ଜନିତ ସମସ୍ୟା, ପରିତ୍ୟାଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏଥି ସହିତ ମହେନ୍ଦ୍ର ପାର୍ବ୍ୟତ ଅଞ୍ଚଳରେ ସମସ୍ତେ ମିଳିମିଶି କରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇକରି ସମୁଦାୟ ୨ଗୋଟି ଟ୍ରାକ୍ଟର ପରିମାଣର ସଂଗ୍ରହ କରାଯାଇଥିଲା । ଏଥି ନିମନ୍ତେ ପ୍ରାୟ ୨୫୦୦ ସିଡ ବଲ୍ ପ୍ରଦାନ କରାଯାଇ ଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିବାର ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.