ବିନୋଦ ଜେନାଙ୍କ ବିଜ୍ଞାନ ପ୍ରୟୋଗ ଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ନବଜୀବନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନାଥ ବାଳିକା ଆଶ୍ରମରେ ଗ୍ରୀଷ୍ମକାଳୀନ ଶିବରି ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ଆନ୍ଧ୍ର ପ୍ରଦେଶ ଓ ଓଡିଶାର ୬ଗୋଟି ଅନୁଷ୍ଠାନର ଛାତ୍ରୀମାନଙ୍କ ଉପସ୍ଥିତରେ ଏକ ବିଜ୍ଞାନ ପ୍ରୟୋଗ ତଥା କର୍ମଶାଳା ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ବିନା ମୂଲ୍ୟ ଓ ସ୍ୱଳ୍ପ ମୂଲ୍ୟରେ ବିଜ୍ଞାନ ଉକରଣ ପ୍ରସ୍ତୁତ କରାଯାଇ ସରଳ ବିଜ୍ଞାନ ପରୀକ୍ଷାଗୁଡିକ କିଭଳି ପ୍ରଦର୍ଶିତ କରାଯାଇ ପାରିବ ତାହା ଖୋଲା ମଞ୍ଚରେ ପରୀକ୍ଷାମୂଳକ ବାବେ ଆଲୋଚନା କରାଯାଇଥିଲା । ବାୟୁର ଚାପ, ଜଳରେ ଚାପ, ଚୂମ୍ବକର ପ୍ରୟୋଗ ଏପରି ଅନେକ ୩୦ରୁ ଉର୍ଦ୍ଧ ସରଳ ପରୀକ୍ଷା ଗୁଡିକ ଶିବିରର ଛାତ୍ରୀମାନଙ୍କ ଦ୍ୱାରା ପ୍ରୟୋଗାତ୍ମକ ଭାବେ ଶିକ୍ଷଣୀୟ କରାଯାଇଥିଲା । ଏ ସମସ୍ତ ପ୍ରୟୋଗକୁ ଗ୍ରୀଷ୍ମଛୁଟି ପରେ ନିଜ ନିଜ ବିଦ୍ୟାଳୟକୁ ପଢିବା ପାଇଁ ଗଲେ ସେଠାରେ ଅନ୍ୟ ଛାତ୍ରଛାତ୍ରମୀମାନଙ୍କ ନିକଟରେ ପହଞ୍ଚାଇବା ହେୁଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଏହି ଶିବିରକୁ ନବଜୀବନ ଟ୍ରଷ୍ଟର ପରିଚାଳକ ରାବଣା ରାଓ ପରିଚାଳନା କରିଥିଲେ ।
