ଆନ୍ଦୋଳନକୁ ଓହ୍ଲାଇଲା ପୁରୀଜିଲ୍ଲା ଅମଲା ମଞ୍ଚ l

ଆଜି ଠାରୁ ଓଡିଶା ଅମଲା ମଞ୍ଚର ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ସଭାପତିତ୍ୱ ରେ ପୁରୀ ଅମଲା କ୍ଳବ ଠାରେ ବିରାଟ ଆନ୍ଦୋଳନ ର ଡାକରାରେ ପୁରୀଜିଲ୍ଲାର ପାଞ୍ଚସହ ରୁ ଉର୍ଦ୍ଧ ଅମଲା ମାନେ ସମୂହ ଛୁଟିନେଇ ଏହି ଆନ୍ଦୋଳନ ରେ ଭାଗନେଇଛନ୍ତି l ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଏକମାତ୍ର ଦାବି ହେଉଛି ମୂଳ ଦରମା ଲେବୁଲ9 ପ୍ରତି ସରକାରଙ୍କର ଉଦାସୀନତା କୁ ବିରୋଧ କରି ସମସ୍ତ ଅମଲା ମାନେ ମଇ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ l କିନ୍ତୁ ସରକାର ଅମଲା ମାନଙ୍କ କଥାକୁ କାନକୁ ନେଉନଥିବାରୁ ଆଜି ପୁରୀ ଜିଲ୍ଲାର ଜିଲ୍ଲାପାଳ, ଏସପି ଅଫିସ ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଥିବା ସରକାରୀ ଦପ୍ତର ଆମଲାମାନେ ସମୂହ ଛୁଟି ନେଇ ଧାରଣାରେ ବସିଛନ୍ତି l ଦାବି ପୂରଣ ନହେଲେ ଅମ୍ଳାମାନେ ସମୂହ ଛୁଟିରେ ରହି ସରକାରୀ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି l ଆନ୍ଦୋଳନକୁ ସଫଳ କରିବାପାଇଁ ପୁରୀ ଅମଲା କ୍ଲବ ଠାରେ ଅଧକ୍ଷ ମହେନ୍ଦ୍ର ମହାପାତ୍ର, ଆବାହକ ପ୍ରଣବ କୁମାର ଚିହ୍ନେରାଙ୍କ ନେତୃତ୍ୱ ରେ ଏହି ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ପୁରୀ ସହରର ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲ ରେ ଅମଲା ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଦେବା ସହିତ ସରକାର ଅମଲାମାନଙ୍କ ଦାବିକୁ ତୁରନ୍ତ ପୂରଣ କରିବାପାଇଁ ମତବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.