ଗ୍ରାମ୍ୟ ମୁଖୀ ପ୍ରଶାସନ ସହ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଅନଘା ଗ୍ରାମ ପଞ୍ଚାୟତର  ସମ୍ମିଳନୀ କକ୍ଷ  ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ( ରାଜସ୍ୱ), ଆରକ୍ଷୀ ଅଧିକ୍ଷକ  ସୁଶ୍ରୀ ସ୍ଵାତୀ ଏସ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି  ଅନଘା ଗ୍ରାମ ପଞ୍ଚାୟତ ସମେତ ତବରାସିଂ, ପରିସଲ ଓ ରାମଗିରି ଗ୍ରାମ ପଞ୍ଚାୟତର  ସମୁଦାୟ ମୋଟ ୨୮ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୨୨ଗୋଟି ରହିଥିବାବେଳେ ସାମୁହିକ ଭିତ୍ତିକ ସମସ୍ୟା ୬ ଗୋଟି ରହିଥିଲା । ଏଠି ମଧ୍ୟରୁ ଗୋଟିଏ ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଏହାସହ  ଜଣକୁ ରେଡ୍ କ୍ରସ ରିଲିଫ୍ ପାଣ୍ଠିରୁ ରୁ ସହାୟତା ପ୍ରଦାନ କରାଯାଇଛି ଓ  ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଓ ଜମି ପଟ୍ଟା ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା  ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ  ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସ୍ଥାନୀୟ  ସମୟରେ ଆର.ଉଦୟଗିରି ବ୍ଲକ୍  ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଆର୍.ଉଦୟଗିରି  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ, ଆର୍. ଉଦୟଗିରି ତହସିଲଦାର ଜ୍ୟୋତିର୍ମୟୀ ଦାସଙ୍କ ସମେତ ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ  ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.