ମାଗଣା ବିଦ୍ୟୁତ ପ୍ରଦାନ ଦାବିରେ ଆମଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ

ଭବାନୀପାଟଣା : ଗରିବ ଜନସାଧାରଣ ଙ୍କୁ ମାଗଣାରେ ୨୦୦ ୟୁନିଟ ବିଦ୍ୟୁତ ପ୍ରଦାନ ନେଇ ଆଜି ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା। ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟରେ ବିଜୁଳି ଉତ୍ପାଦନ ନହୋଇ ମଧ୍ୟ ଗରିବ ଜନସାଧାରଣ ଙ୍କୁ ସେଠାକାର ସରକାର ୨୦୦ ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜାଳବିଦ୍ୟୁତ ପ୍ରକଳ୍ପ ରୁ ବାର୍ଷିକ ୬୦୦ ମେଗାୱାଟର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ଏଠାକାର ଜନସାଧାରଙ୍କୁ ଚଢା ଦରରେ ବିଜୁଳି ଯୋଗାଯାଉଛି ତେଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣାରେପ୍ରଦାନ, ବିଦ୍ୟୁତ ସଂଯୋଗ ହୋଇନଥିବା ଗାଁ କୁ ତୁରନ୍ତ ବିଜୁଳି ସଂଯୋଗ ଓ ବିଜୁଳି କୁ ଘରୋଇ କାରଣ ବନ୍ଦ କରି ସରକାରଙ୍କ ନିୟନ୍ତ୍ରଣ ରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖାର ଆବାହକ ସତ୍ୟମାହାର, ସମ୍ପାଦକ ତୀର୍ଥ ବୁଦ୍ଧିଆ, ଉପସଭାପତି ଖିରୋଦ ବାଗ, ମୋହନ ସାହୁ, ରାଧେଶ୍ୟାମ ଅଗ୍ରୱାଲ, ନାରୀ ନେତ୍ରୀ ମମତା ନାୟକ ପ୍ରମୁଖ ସମେତ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ମାଣିକେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଘେରାଓ କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.