ଶୁଦ୍ଧିକ୍ରିୟା ଭୋଜି ଖାଇ ୨୬ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ।
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ଗାଁରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୨୬ ଜଣ ଅସୁସ୍ଥ ହୋଇଥିବା ବେଳେ ସମସ୍ତେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତ୍ତି ହୋଇ ଚିକିତ୍ସା ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତ ରବିବାର ଦିନ ସନ୍ଧ୍ୟାରେ ରିସିଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜି ହୋଇଥିଲା ଓ ଲୋକେ ଭୋଜି ଖାଇଥିଲେ। ଭୋଜି ଖାଇଲା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ । କିଛି ବ୍ୟକ୍ତି ଘରୋଇ ଉପଚାର ରେ ଭଲ ହୋଇଥିବା ବେଳେ ୨୬ ଜଣ ଙ୍କ ଝାଡ଼ାବାନ୍ତି କମି ନଥିଲା । ଖବର ପାଇ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ଡାକ୍ତରଟିମ ଡ଼ଃ ରଞ୍ଜିତ ରାଉତ ଙ୍କ ନିର୍ଦେଶ କ୍ରମେ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଡାକ୍ତରଖାନା କୁ ଆଣି ଭର୍ତ୍ତି କରି ଚିକିତ୍ସିତ କରିଥିଲେ l ବର୍ତ୍ତମାନ ସମସ୍ତ ଙ୍କ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ଥିବା ବେଳେ ଏହାର କାରଣ ଶୁଦ୍ଧିକ୍ରିୟା ଭୋଜି ରେ ନିର୍ଦ୍ଦିଷ୍ଟ ମାଧ୍ୟମ ହୋଇ ପାରେ ବୋଲି ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ରଞ୍ଜିତ ରାଉତ ପ୍ରକାଶ କହିଛନ୍ତି ।