ନୂଆପଡା ଗସ୍ତରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଜି ଚରଣ ସିଂ ମିନା

ଦକ୍ଷିଣ-ପଶ୍ଚିମାଞ୍ଚଳ ଡି.ଆଇ.ଜି. ଚରଣ ସିଂ ମିନା ନବ ନିଯୁକ୍ତ ଦାଇତ୍ୱ ନେବା ପରେ ପ୍ରଥମ କରି ଦିନିକିଆ ନୂଆପଡା ଗସ୍ତ ରେ ଆସି ମାଓ ସ୍ଥିତି ର ସିମୀକ୍ଷା କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବରିଷ୍ଠ ଅଧିକାରୀ ଙ୍କୁ ନେଇ ମାଓ ମୁକାବିଲା, ଆଇନଶୃଙ୍ଖଳା ସ୍ଥିତି, ଅପରାଧ ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ DIG ଦାଇତ୍ୱ ନେବା ପରେ ମୁଁ ପ୍ରଥମ କରି ନୂଆପଡା ଜିଲ୍ଲା ଗସ୍ତ କରିଛି , ଜିଲ୍ଲା ପୁଲିସ ସବୁ ଦିଗରେ ସଫଳତା ର ସହ କାମ କରି ଆସୁଛି, ପୋଲିସ ସବୁବେଳେ ଲୋକଙ୍କୁ ସେବା ଦେବାକୁ ପ୍ରସ୍ତୁତ ଅଛି । ମୋ ସରକାର ଓ ଫାଇଭ.ଟି ଇନିସିଏଟିଭ କୁ ସଫଳ କରିବା ସହ ସୁନିଶ୍ଚିତ ଓ କାର୍ଯ୍ୟକାରୀ କରିବା ପୋଲିସ ର ମୁଖ୍ୟ ଲକ୍ଷ ବୋଲି କହିଛନ୍ତି । ବିଗତ ଦିନରେ ମାଓ ମୁକାବିଲା ରେ ଓଡିଶା ପୋଲିସ ବଡ ଧରଣର ସଫଳତା ଅର୍ଜନ କରି ମାଓ ଗତିବିଧି କୁ ସୀମାନ୍ତ ରେ ସୀମିତ କରିଛି, ଏହି ପ୍ରୟାସ ଜାରି ରହିଛି ଆଗକୁ ମଧ୍ୟ ମାଓ ଅପରେସେନ ଜାରି ରହିବ । ମାଓ ଗତିବିଧି କୁ କଡା ନଜର ରଖି ତାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯିବ । ଅପରାଧୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ସହ ଲୋକ ଙ୍କ ଆସ୍ଥାଭାଜନ ହୋଇ ରହିବ । ଲୋକଙ୍କ ଅଭିଯୋଗ ଓ ଉପଦେଶ ଶୁଣି କାର୍ଯ୍ୟ ଚଲେଇବା ପାଇଁ ଗୁରୁତ୍ୱ ଦେଇଛୁ । ବିଶେଷ କରି ମାଓ ଦମନ ଦିଗର ଓଡିଶା ପୋଲିସ, ଜିଲ୍ଲା ପୋଲିସ, ସି.ଆର.ପି.ଏଫ., ପାରାମିଳିଟାରି ଷ୍ଟାଫ ମୁତୟନ କରି ଅପରେସନ ଜାରି ରହିଥିବା ଶ୍ରୀ ମିନା ସାମ୍ବାଦିକ ଙ୍କୁ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.