ପାଣି ପାଇଁ ହାହାକାର – ଫେଲ ମାରିଛି ବସୁଧା ଯୋଜନା – ସରପଞ୍ଚ ଙ୍କ ଜରୁରୀ କାଳିନୀ ବ୍ୟବସ୍ଥା ଏଠି ପ୍ରହସନ

ନୂଆପଡା : କଥା ରେ ଅଛି ଜଳ ଜୀବନ .. ଆଉ ଏହି ଜଳ ସାଧାରଣ ଲୋକ ଙ୍କୁ ଯୋଗାଇବା ନାଁ ରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରୀ ବାବୁ ଙ୍କ ଖାମ ଖିଆଳି ମନୋଭାଵ ଯୋଗୁଁ ଯୋଜନା ର ସୁବିଧା ପାଇବା ରୁ ବଞ୍ଚିତ ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ ର ବାରେସବାହାଳି ଗାଁ ଲୋକେ । ଆସନ୍ତୁ ଦେଖିବା ପାଣି ପାଇଁ ହାହାକାର ବାରେସବାହାଳି ଗାଁ ବାସୀ … । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାରେସବାହେଲି ଗ୍ରାମ ରେ ପାଣି ସମସ୍ୟା ଉତ୍କଟ, ଏଥିପାଇଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି।ଗ୍ରାମକୁ ଗତ ଜାନୁଆରୀରେ ନଦୀରୁ ପାଇପ ଯୋଗେ ଜଳ ଯୋଗାଣ ହେଉଛି ସତ କିନ୍ତୁ ଉପରପଡା ର ଅଶୀ ପରିବାର ପାଣି ପାଉ ନଥିବା ଅଭିଯୋଗ ହେଉଛି। ପ୍ରଥମ ଗୋଟିଏ ମାସ ସେମାନେ ସ୍ୱାଭାବିକ ଭାବରେ ପାଣି ପାଇଥିବା ବେଳେ ଆଉ ପାଣି ର ଦେଖା ନାହିଁ । ପାଣି ଆସୁ ନଥିବାର କାରଣ ଜଣା ପଡ଼ିନାହିଁ। ପଡାରେ ଥିବା ଗୋଟିଏ ନଳକୂପ ଉପରେ ପଡ଼ାବାସୀ ନିର୍ଭର କରନ୍ତି। ଏକ ନଳକୂପ ରେ ଭିଡ଼ ଜମୁଥିବା ବେଳେ ପାଣି ମଧ୍ୟ କମ ବାହାରିଥାଏ। ଗାଁ ର ମହିଳା ମାନେ ରାତି ଅଧରୁ ପାଣି ପାଇଁ ଜଗି ବସି ନିଜ ନିଜ ମଧ୍ୟରେ ପାଣି ପାଇଁ କଳହ ଜାତ ହୋଇଥାଏ । ସ୍ଥାନୀୟ ସରପଞ୍ଚ ଗୁହାରି ଶୁଣିବା ତ ଦୂରର କଥା ପଦବୀ ପାଇବା ଦିନ ଠୁ ଗ୍ରାମକୁ ଆସୁନଥିବା ଲୋକ କହିଛନ୍ତି । ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ବସୁନ୍ଧରା ଯୋଜନାରେ ଗ୍ରାମରେ ଟାଙ୍କି ବ୍ୟବସ୍ଥା ହୋଇଛି କିନ୍ତୁ ଏହି ଗାଁ ର ଅଧା ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚି ପାରୁନି।ଏହି ଗାଁ ଉଚ୍ଚ ସ୍ଥାନରେ ଥିବା ବେଳେ ଦୂରଦୃଷ୍ଟି ଅଭାବରୁ ପାଇପ ପୋତା ସମୟରେ ଭୁଲ ହୋଇଥିବା ଯୋଗୁଁ ଉପର ପଡା କୁ ପାଣି ମିଳୁ ନଥିବା ଜଣାପଡିଛି। ପଏଣ୍ଟ ସବୁ ନାମକୁ ବସିଛି କିନ୍ତୁ ପାଣି ଯୋଗାଣ ହେଉନି ବୋଲି କହିଛନ୍ତି ପ୍ରେମସିଲା ହଂସ, ଗୁଳାପୀ ବାଗ, ରୁଦ୍ର ଠେଲା ପ୍ରମୁଖ ସ୍ଥାନୀୟ ବାସିନ୍ଦା । ଲୋକଙ୍କୁ ବିଶୁଦ୍ଧ ପାଣି ଜରୁରୀ ପରିସ୍ଥିତି ରେ ଯୋଗାଇବା ପାଇଁ ପଂଚାୟତ ମାନଙ୍କ ପାଖରେ ଅଧିକାର ଥିଲେ ହେଁ ସ୍ଥାନୀୟ ସରପଞ୍ଚ ଙ୍କ ଏହି ଗ୍ରାମ ପ୍ରତି ବୈମାତୃକ ମନୋଭାଵ ଯୋଗୁଁ ଏଥିରୁ ବଂଚିତ ହେଉଛନ୍ତି, ଗ୍ରାମ ବାସୀ ବାଧ୍ୟ ହୋଇ ପାଖରେ ଥିବା ଏକ ପୋଖରୀ ରୁ କାଦୁଅ ପାଣି ଆଣି ନିତ୍ୟକର୍ମ ରେ ବ୍ୟବହାର କରୁଛନ୍ତି । ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ପଚାରିବାରୁ ନଦୀରେ ପାଣିସ୍ରୋତ କମିଯିବାରୁ ଏପରି ଅସୁବିଧା ହେଉଛି ଓ ଜଳ ଯୋଗାଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ରେ ପାଣି ଯୋଗାଇ ଦିଆଯିବ ବୋଲି କହିଥିଲେ।