ମରଣଯନ୍ତା ପାଲଟିଛି ରାସ୍ତା : ପ୍ରଶାସନିକ ଦୃଷ୍ଟି ନାହିଁ

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଉପାନ୍ତ ଦୁର୍ଗମ ଅଞ୍ଚଳ ଖଜୁରୀପଦା ଠାରୁ ପାରାଡୋଲ ଗ୍ରାମ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ରାସ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇ ପିଚୁ, ମେଟଲ ଉଠିଛି। ପରିତ୍ୟକ୍ତ ତଥା ଦୟନୀୟ ଅବସ୍ଥାରେ ପଡ଼ି ରହିଛି ଏହି ରାସ୍ତା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ଆଗଭରୀ ହେଉନଥିବା ଯୋଗୁ ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ବର୍ଷ ହବ ୮କିମି ଦୂରତା ରାସ୍ତାର ମରାମତି ହୋଇ ନଥିବା ଯୋଗୁଁ ମୁଖ୍ୟତଃ ଖଜୁରୀପଦା, ତାବରଡା, ପି.ଅନ୍ତରଡା ପଞ୍ଚାୟତର ଅନୁସାହୀ, କେତୁଙ୍ଗପଡା଼, ବାରଡାଙ୍ଗ, ପାରାଡୋଲ ସମେତ ଆଖପାଖ କେତେକ ଗ୍ରାମର ଲୋକେ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ କିମ୍ବା ଅକସ୍ମାତ୍ କାହାର ଦୁର୍ଘଟଣା ଘଟିଲେ ଏଭଳି ଶୋଚନୀୟ ରାସ୍ତାରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଏହା ଜାତୀୟ ରାଜପଥ ୩୨୬(ଏ) କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଉପରେ ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ଲକର ମୁଖ୍ୟ ଛକ ଖଜୁରୀପଦା ସମେତ ବ୍ରହ୍ମପୁର, ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ପ୍ରତ୍ୟେକ ଦିନ ସହ ସହ ଲୋକେ ଯାତାୟାତ କରିଥାନ୍ତି। ଏହି ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୩୮୭.୬୫ ଲକ୍ଷ୍ୟ ଟଙ୍କା ଅଟକଳରେ ୨୦୧୩ସାଲରେ କାର୍ଯ୍ୟ ଆରମ୍ବ ହୋଇ ୨୦୧୪ସାଲରେ କାର୍ଯ୍ୟ ସମାପ୍ତ ହୋଇଛି। ଏହାର ୫ବର୍ଷ ଠିକାଦାରଙ୍କ ଦ୍ବାରା କାର୍ଯ୍ୟର ରକ୍ଷଣ ବେକ୍ଷଣ ଅବଧି ଫଳକରେ ଅଲେଖ ରହିଛି। କିନ୍ତୁ ଠିକାଦାରଙ୍କ କାର୍ଯ୍ୟର ସମାପ୍ତି ପରେ ଏହାର ଥରଟିଏ ରକ୍ଷଣାବେକ୍ଷଣ ତଥା ମରାମତି ହୋଇନ ଥିବା ଅଞ୍ଚଳ ବାସି କହିଛନ୍ତି। ତେଣୁ ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ପକା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି। ଏହି ସମସ୍ୟା ବିଷୟ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନୂଆଗଡ଼ ଅଞ୍ଚଳ ଭାରପ୍ରାପ୍ତ କାନିଷ୍ଟ ଯନ୍ତ୍ରୀ ସୁଥିର ପାଢ଼ୀଙ୍କୁ ପଚାରିବାରୁ ଏହାର ନିର୍ମାଣର ପ୍ରସ୍ତାବ ଦିଆଯାଇ ଯଥା ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.