ଏମକେସିଜି ରେ ଉପୁଜିଥିବା ରକ୍ତ ଅଭାବ ଦୁର କରିବାକୁ ରକ୍ତଦାନ ଶିବିର ଆୟୋଜନ

ବ୍ରହ୍ମପୁର ଏମକେସିଜି ରେ ଉପୁଜିଥିବା ରକ୍ତ ଅଭାବ ଦୁର କରିବାକୁ ଆଜି ଏକ ରକ୍ତଦାନ ଶିବିର ଟାଟା ବେଞ୍ଜ ସ୍ଥିତ “ମାଈ ସ୍କୁଲ ଇଟାଲୀ” ଠାରେ ସ୍ପନ୍ଦନ, ସୁରଭି, ବ୍ରହ୍ମପୁର ମରୁୱାଡି ମହିଳା ସଙ୍ଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ଓ ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ସ୍ଥାନୀୟ କର୍ପୋରେଟର ଓ କିଛି ସଂମାନନୀୟ ବ୍ୟକ୍ତି ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ସମ୍ପର୍କିତ ମହତ୍ବ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନତା କରାଇଥିଲେ ।