ବିବାଦିୟ ପିଇଟି ଶିକ୍ଷକଙ୍କୁ ବଦଳି ନ କରିବା ପାଇଁ ଓଏଭି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ।

ଗୋଷାଣି, ୨୭।୭ : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲିଙ୍ଗିପୁର ଗ୍ରାମ ଠାରେ ଥିବା ଓଡିଶା ଆଦର୍ଶ ବିିଦ୍ୟାଳୟର ବିବାଦିୟ ପିଇଟି ଶିକ୍ଷକ ନାଗାର୍ଜୁନ ସାହୁଙ୍କୁ ବଦଳି ନ କରିବା ପାଇଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ବସିଥିବାର ଜଣାପଡିଛି । ଆଜି ସକାଳ ସମୟରେ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସମ୍ମୁଖରେ ବିବାଦିୟ ପିଇଟି ଶିକ୍ଷକ ଶ୍ରୀ ସାହୁଙ୍କ ବଦଳି ନ କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଧରି ବିଭିନ୍ନ ସ୍ଲୋଗାନମାନ ଦେଇ ବସିଥିଲେ । ଫଳରେ ଏକ ଘଣ୍ଟା ଧରି ଶିକ୍ଷାଦାନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହୋଇଥିଲା । ପରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ରଞ୍ଜନ କାର୍ଯୀ ଏବଂ ଅନ୍ୟାନ୍ୟ ଶିକ୍ଷକମାନେ ମିଳିତ ଭାବେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବହୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ବିରତ ହୋଇଥିଲେ ଛାତ୍ରଛାତ୍ରୀ । ଏହାପରେ ନିଜ ନିଜ କ୍ଲାସ ରୁମ୍ କୁ ଯାଇଥିଲେ । ଇତି ମଧ୍ୟରେ ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଏବଂ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ପହଞ୍ଚି ଆଲୋଚନା କରିଥିବା ବେଳେ ତହସିଲଦାରଙ୍କୁ ବିବାଦିୟ ପିଇଟି ଶିକ୍ଷକଙ୍କ ବଦଳି ଆଦେଶକୁ ସ୍ଥଗିତ କରିବାପାଇଁ ଛାତ୍ରଗଣ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ପ୍ରକାଶ ଯେ, ବିବାଦିୟ ପିଇଟି ଶ୍ରୀ ସାହୁ ଗତ କିଛି ଦିନ ପୂର୍ବେ କିଛି +୨ ଛାତ୍ରଙ୍କୁ କୌଣସି ଏକ ସାମାନ୍ୟ କାରଣରୁ ଲହୁଲୁହାଣ କରି ପିଟାବାଡା କରିଥିବାର ଅଭିଯୋଗ କରି ଅଭିଭାବକ ଗଣ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇଦେଇଥିଲେ । ବିବାଦିୟ ପିଇଟି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ୍ ଧରିଥିଲେ । ଇତିମଧ୍ୟରେ ଗାରବନ୍ଧ ପୋଲିସ ପହଞ୍ଚି ଆଲୋଚନା ପରେ ତାଲା ଫିଟା ଯାଇଥିଲା । ଏହାର କିଛି ସମୟ ପରେ ଗୋଷାଣି ବ୍ଲକ ବିଡିଓ ନୀଳମାଧବ ମାଝୀ, ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଗୋଷାଣି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଶିବାଜୀ କହଁର, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ପହଞ୍ôଚ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାର୍ଯୀଙ୍କ ସହ ଆଲୋଚନା କରିଥିଲେ । ପରେ ବିବାଦିୟ ଶିକ୍ଷକ ଊଭୟ ସ୍ଥାନୀୟ ପ୍ରଶାସନ, ବିିଦ୍ୟାଳୟ କର୍ତ୍ତୃପକ୍ଷ, ପୋଲିସ ଏବଂ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ନିଜ ତ୍ରୁଟି ପାଇଁ ଲିଖିତ ଭାବେ ଏପରି ଘଟଣା ଆଉ ପୁନରାବୃତ୍ତି ନଘଟିବ ଏବଂ ଏହି ଘଟଣା ପାଇଁ ଅନୁତପ୍ତ ବୋଲି ସ୍ୱୀକରୋକ୍ତି ପତ୍ର ପ୍ରଦାନ କରିଥିଲେ । ସେହିପରି ବିବାଦିୟ ଶିକ୍ଷକଙ୍କୁ ବଦଳି କରିବା ଦାବିକୁ ନେଇ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ କାର୍ଯ୍ୟୀ ମଧ୍ୟ ଏନେଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିିଶ୍ରୁତି ପରେ ଅଭିଭାବକ ମାନେ ଆନ୍ଦୋଳନରୁ ନିବୃତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ପରେ ବିବାଦିୟ ପିଇଟି ଶିକ୍ଷକଙ୍କୁ ତୁରନ୍ତ କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଠାରେ ଥିବା ଓଏଭି ବିଦ୍ୟାଳୟକୁ ବଦଳି ପାଇଁ ଆଦେଶ ଜାରି କରିଥିଲେ । ଯାହାକି ଆଜି ସମ୍ପୃକ୍ତ ଶିକ୍ଷକଙ୍କୁ ରିଲିଭ ଅର୍ଡର ପ୍ରଦାନ କରାଯାଇଥିବାର ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାର୍ଯୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.