କାଶୀନାଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ

ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । କାଶୀନଗର ଏନ୍ଏସିରେ ବହୁଦିନ ଧରି ରାସ୍ତା ପ୍ରଶସ୍ତିକରଣ କରିବା ନେଇ ପ୍ରସ୍ତାବ ଥାଇ ବି ଜବରଦଖଲ ହେଇ ପରୁନଥିଲା । ବର୍ତ୍ତମାନ କିଛି ଦିନ ହେଲା ଏନଏସି କର୍ତୃପକ୍ଷ ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା କଡ଼ରେ ଥିବା ଦୋକାନ ବଜାର, ଘର ଗୁଡ଼ିକ ହଟେଇବା ନେଇ ସୂଚନା ଦେଇଥିଲା। ହେଲେ ଶୁକ୍ରବାର ଦିନ ସକାଳ ୮ଘଟିକା ସମୟରେ ପ୍ରଶାସନ ପହଞ୍ଚି କାଶୀନଗର ଫରେଷ୍ଟ ଛକ ଠାରୁ ଆରମ୍ଭ କରି ମାର୍କେଟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଘର, ଦୋକାନ, ବଜାର ସବୁ ଜେସିବି ଦ୍ଵାରା ହଟାଯାଇଥିଲ। ଜବରଦଖଲ ବେଳେ ମାଜିଷ୍ଟ୍ରେଟ ଚାର୍ଜରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ ଓ ଗୁମ୍ମା ଅତିରିକ୍ତ ତହସିଲଦାର ଗୁପ୍ତେଶ୍ୱର ମହାପାତ୍ର ରହି ଚିହ୍ନଟ ଅନୁଯାୟୀ ଦୁଇଟି ଜେଶିବି ସାହାଯ୍ୟରେ ଭଙ୍ଗା ଯାଇଥିଲା। କାଶୀନଗର ଏନଏସି ନିର୍ବାହୀ ଅଧିକାରୀ ଆଶିଷ କୁମାର ପ୍ରଧାନ ଓ ଏନଏସି କାର୍ଯ୍ୟାଳୟ କର୍ମଚାରୀ, ତହସିଲ କାର୍ଯ୍ୟାଳୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶାନ୍ତି ବଜାଇ ରଖିବା ନେଇ ଏସଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ୪ଜଣ ଇନ୍ସପେକ୍ଟର, ୬ଜଣ ସବ୍-ଇନ୍ସପେକ୍ଟର, ୩ପ୍ଲୋଟନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମୁଖ୍ୟତଃ କାଶୀନଗର ଥାନ ଅଧିକାରୀ ସୁଶାନ୍ତ ସାହୁ, ରାୟଗଡ଼ା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ଇନ୍ସପେକ୍ଟର ମମତା ପଣ୍ଡା ବିରୋଧ କରିବା ଲୋକଙ୍କୁ ବୁଝାସୁଝା କରି ଜବରଦଖଲ କରାଯାଇଥିଲା। କିଛି ସ୍ଥାନରେ ପୂର୍ବରୁ ହୋଇଥିବା ମାର୍କିଙ୍ଗ ଅନୁଯାୟୀ ଭଙ୍ଗା ଯାଇଥିବା ବେଳେ କିଛି ସ୍ଥାନରେ ମାର୍କିଙ୍ଗ ପ୍ରାର୍ଯ୍ୟନ୍ତ୍ ନଭାଙ୍ଗି କମ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା, ଏ ନେଇ ଜନସାଧାରଣ ପ୍ରଶ୍ନ ପଚାରିଲେ ପ୍ରଶାସନ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଯାହାକି ଜନସାଧାରଣଙ୍କ ମନରେ କ୍ଷଭ ପ୍ରକାଶ ପାଇଛି। ବର୍ତ୍ତମାନ ସ୍ଥାନୀୟ କିଛି ଯୁବକ ଉକ୍ତ ଜବରଦଖଲକୁ ବିରୋଧ କରିବା ସହ ଅନିୟମିତ ଭାବେ ଜବରଦଖଲ କରିଥିବା ନେଇ ଏନଏସି କାର୍ଯ୍ୟାଳୟର ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.