ଭିନ୍ନକ୍ଷମ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୫।୫ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସପ୍ତାହ ବ୍ୟାପି ଯଥା ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଆଜି ୪ର୍ଥ ଦିବସରେ ଏହି ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ ପହଞ୍ଚିଛି । ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା କିପରି ଭିନ୍ନକ୍ଷମ ବ୍ୟକ୍ତିମାନେ ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଯେପରି ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧ୍ୟକ ଭତ୍ତା, ଉନ୍ଦିରା ଗାନ୍ଧି ଜାତୀୟ ଭିନ୍ନକ୍ଷମ ଭତ୍ତା, ମଧୁବାବୁ ପେନସନ ଯୋଜନା, ବାଣୀଶ୍ରୀ ବୃତ୍ତି, ବିବାହ ପ୍ରୋତ୍ସାହନ, ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥିବା ଯୋଜନା, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ବିଜୁ ପକ୍କା ଘର ଯୋଜନା, ଜନନୀ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ହୋଇ ଲାଭବାନ ହୋଇପାରିବେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଯଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଓ ବିଭିନ୍ନ ବ୍ଲକର ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ବ୍ଲକ ମାନଙ୍କରେ ବାସ କରୁଥିବା ଭିନ୍ନକ୍ଷମ ମାନଙ୍କ ଘରକୁ ଘର ବୁଲି ସମସ୍ୟା ପଚାରି ବୁଝୁଥିବ।। ବେଳେ କିପରି ତ୍ୱରିତ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ଉଚିତ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଉଚିତ ପଦକ୍ଷେପ ନିଆଯାଉଛି । ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରୀ ବେହେରା ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ରହିଥିବା ବିଭିନ୍ନ ଆଇନଗତ ସମସ୍ୟା ମଧ୍ୟ ସମାଧାନ କରୁଛନ୍ତି । ପ୍ରକାଶ ଥାଉକି ମଇ ୨୨ ତାରିଖରୁ ଚାଲୁଥିବା ଏହି ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ମଇ ୨୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେଣୁ ଏହି କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ତଥା ବ୍ଲକ ଅନ୍ତର୍ଗତରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରାଧିକରଣ ସଚିବ ଶ୍ରୀ ବେହେରା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.