ଗଜପତିରେ +୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳାଫଳ : କଳାରେ ୮୧.୫୪ ଏବଂ ଧନ୍ଦାମୂଳକରେ ୪୭.୬୯ପ୍ରତିଶ ପାସ ହାର ।

ପାରଳାଖେମୁଣ୍ଡି, ୮ା୬ : ଗଜପତି ଜିଲ୍ଲାରେ +୨ କଳା ଏବଂ ଧନ୍ଦାମୂଳକ (ଭକେଶନାଲ) ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି । ଫଳାଫଳ ସନ୍ତୋଷ ଜନକ ରହିଥିବା ବେଳେ କଳାରେ ୮୧.୫୪ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୪୭.୬୯ ପ୍ରତିଶତ ପାସ ହାର ରହିଥିବାର ଜଣାପଡିଛି । +୨ କଳାରେ ଜିଲ୍ଲାରେ ମୋଟ ୩୫୭୭ ଜଣ ଫର୍ମ ଭରିଥିଲେ । ଏଥି ମଧ୍ୟରୁ ୩୫୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୮୭୩ ଜଣ ବିଭିନ୍ନ ଡିଭିଜନରେ ପାସ କରିଥିବାର ଜଣପାଡିଛି । ଏଥି ମଧ୍ୟରୁ ୮ଜଣ କପି କରି ଧରାପଡିଥିଲେ । ପ୍ରଥମ ଡିଭିଜନରେ ୨୨୪ ଜଣ, ଦ୍ୱିତୀୟ ଡିଭିଜନରେ ୪୩୩ଜଣ, ତୃତୀୟ ଡିଭିଜନରେ ୨୨୧୧ ଜଣ, କମ୍ପାର୍ଟମେଣ୍ଟରେ ୫ଜଣ ଏପରି ଭାବେ ସର୍ବ ମୋଟ ୨୮୭୩ ଜଣ ପାସ ହୋଇଥିବାର ଜଣାପଡିଛି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୧୩୩ ଜଣ ଛାତ୍ରଛାତ୍ରୀ ଫର୍ମ ଭରିଥିବା ବେଳେ ୧୩୦ ଜଣ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଡିଭିଜନରେ ୧୫ ଜଣ, ଦ୍ୱିତୀୟ ଡିଭିଜନରେ ୨୬ ଜଣ, ତୃତୀୟ ଡିଭିଜନରେ ୧୩ ଜଣ, କମ୍ପାର୍ଟମେଣ୍ଟରେ ୮ ଜଣ ଏପରି ଭାବେ ୬୨ଜଣ ପାସ ହୋଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.