ନବଦୋୟ  ଛାତ୍ରୀ ସୌଦାମିନୀ  ମୃତ୍ୟୁ ମାମଲା :

ଆଜି ୪ର୍ଥ ଦିନରେ କ୍ରାଇମ ବ୍ରାଞ୍ଚ ଟିମ ନବୋଦୟ ବିଦ୍ୟାଳୟରେ :  ବିଭିନ୍ନ ଦିଗକୁ ନେଇ ତଜର୍ମା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ୪ର୍ଥ ଦିବସରେ ମଧ୍ୟ ନବଦୋୟ ବିଦ୍ୟାଳୟ ଠାରେ  ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଜର୍ମା କରିଥିବାର ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଝୁଲିଥିବା ସ୍ଥାନ ସହ ରହୁଥିବା ଛାତ୍ରୀନିବାସର କକ୍ଷ ଆଦି ବୁଲି ଦେଖିବା ସହ ଫଟୋଚିତ୍ର ଉତ୍ତଳନ କରିଥିଲେ । ଏହାପରେ ଘଟଣା ଦିନ ଛାତ୍ରୀନିବାସ ଦାୟିତ୍ବରେ କିଏ ରହିଥିଲେ, ସେହି ଦିନ କେତେ ଜଣ ଛାତ୍ରୀନିବାସରେ ଉପସ୍ଥିତ ଥିଲେ ଆଦିକୁ ନେଇ ତଜର୍ମା କରିଛନ୍ତି । ଘଟଣା ଦିନ ରାତିରେ ଛାତ୍ରୀନିବାସରେ ୱାର୍ଡନେର ରହିନଥିବା ବେଳେ ତାଙ୍କ ସ୍ଥାନରେ ଜଣେ ଶିକ୍ଷକ ଦାୟିତ୍ବରେ ଥିବାର ଜଣାପଡିଛି । ସେହିପରି ଛାତ୍ରୀନିବାସର ବିଭିନ୍ନ ସ୍ଥାନକୁ ଯାଇ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିବାର ଜଣାପଡିଛି । ଏନେଇ କ୍ରାଇମ୍ ବ୍ରାଞ୍ଚ ଟିମ୍ କହିଛନ୍ତି ଯେ, ବିଭିନ୍ନ ଦିଗକୁ ନେଇ ତଜର୍ମା ଜାରୀ ରହିଛି । ୪ ଦିନ ମଧ୍ୟରେ ମୃତ ଛାତ୍ରୀଙ୍କ ମାତା ପିତାଙ୍କ ବୟାନ ରେକର୍ଡ ଠାରୁ ଆରମ୍ଭ କରି, ଛାତ୍ରୀଙ୍କ ସାଙ୍ଗମାନଙ୍କୁ ପଚରାଉଚରା, ନବଦୋୟ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ନିରୀକ୍ଷଣ ଆଦି ଜାରି ରହିଛି । ସମସ୍ତ ଦିଗକୁ ନେଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ବୋଲି ଆଲୋଚନା ବେଳେ କହିଥିଲେ ।  ୫ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ ସହ ମୃତ ଛାତ୍ରୀଙ୍କ ମାତା ଓ ପିତା ମଧ୍ୟ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ସେମାନେ ନ୍ୟାୟ ଦାବି କରିଥିବା ବେଳେ ତାଙ୍କ ସାନ ଝିଅଙ୍କୁ ଆଦର୍ଶ ବିଦ୍ୟାଳୟରେ ଭର୍ତ୍ତି କରିବା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କ୍ଷତିପୁରଣ ପ୍ରଦାନ କରିବା ଆଦି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।   

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.