ସ୍ତ୍ରୀର ମୁଣ୍ଡ କାଟି ହତ୍ୟା କଲା ସହିତାନ ସ୍ୱାମୀ
ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ ।
ପାରଳାଖେମୁଣ୍ଡି : ପାରିବାରିକ କଲହରୁ ସ୍ତ୍ରୀକୁ ଟାଙ୍ଗିଆ ରେ ହାଣି ଗଣ୍ଡି ମୁଣ୍ଡ ଅଲଗା କରିଦେଇଛି ସ୍ୱାମୀ।ଏଭଳି ଏକ ଅଭାଵନିୟ ଘଟଣା ଘଟିଛି ଗଜପତି ଜିଲା କାଶୀନାଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ ।ଏହି ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା କାର୍ଜି ଆଜି ସକାଳେ ଗାଁ ନିକଟରେ ଥିବା ନିଜ କାଜୁ ତୋଟାକୁ କାମ କରିବାକୁ ଯାଇଥିଲେ । ସେହି ସମୟରେ କେହି ନଥିବେ ଦେଖି ସ୍ୱାମୀ ଚନ୍ଦ୍ରଶେଖର ଟାଙ୍ଗିଆରେ ସ୍ତ୍ରୀ ଉପରେ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡି ଅଲଗା କରି ଵିଵତ୍ସ ହତ୍ୟା କରିଛି । ତେବେ ହତ୍ୟା ର ପ୍ରକୃତ କାରଣ ବର୍ତ୍ତମାନଯାଏ ଅଶ୍ୱଷ୍ଟ ରହିଛି । ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଖବରପାଇ କାଶୀନାଗର ପୋଲିସ ଘଟଣା ସ୍ଥଳେ ପହଁଚି ସବ ଜବତ କରିବା ସହ ସ୍ୱାମୀ ଚନ୍ଦ୍ରଶେଖର କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହି ପାରିବାରିକ କଳହ ଯୋଗୁଁ ଚନ୍ଦ୍ରଶେଖର ଏଭଳି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ।ଏ ନେଇ କାଶୀନଗର ଥାନାରେ ୬୦/୨୩ଏକ କେସ ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି।