ଓଡ଼ିଆ ପୁଅର ଆନ୍ଧ୍ରରେ କମାଲ
ଗଜପତି : ପ୍ରବାସୀ ଓଡ଼ିଆ ପୁଅ ଦେଖାଇଲେ ଆନ୍ଧ୍ରରେ କମାଲ୍ , ଚଳିତ ମାଟ୍ରିକ ପରୀକ୍ଷାରେ ସାରା ଆନ୍ଧ୍ର ପ୍ରଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଜଣେ ଓଡ଼ିଆ ଛାତ୍ର, ପାରଳାଖେମୁଣ୍ଡି ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ ପଡୋଶୀ ଆନ୍ଧ୍ରର ପାତପାଟଣା ସହରର ବାସିନ୍ଦା ଦୁର୍ଗା ମହାପାତ୍ରଙ୍କ ପୁଅ ମିଟୁ , ମୋଟ ୬୦୦ ରୁ ୫୯୪ ନମ୍ବର ରଖି ଶ୍ରୀକାକୁଲମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଜଣେ ଓଡ଼ିଆ ହୋଇ ଆନ୍ଧ୍ରର ଓଡ଼ିଆ ସ୍କୁଲରେ ପାଠ ପଢ଼ିବା ଏବଂ ଟପର ହେବା ନିଶ୍ଚିତ କଷ୍ଟକର ଆଉ ଗର୍ବର ବିଷୟ ମଧ୍ୟ। ସେପଟେ ପରିବାରର ଆର୍ଥିକ ସ୍ବଛଳ ସେତେଟା ଭଲ ନୁହଁ ହେଲେ ବାପା ଜଣେ ମେକାନିକ ଭାବେ କାର୍ଯ୍ୟ କରି ପରିବାର ଗୁଜୁରାଣ ମେଣ୍ଟାଇବା ଥିବା ଯୋଗୁ ଅଭାବ ଅନଟନ ସ୍ବତେ ଇଛାଶକ୍ତି ପାଠ ପଢାଇବାରେ ରୋକ ଲଗାଇ ପାରିନି । ଗ୍ୟାରେଜରେ ବାପାଙ୍କୁ ସହଯୋଗ କରିବା ସହ ସମୟ ବାହାର କରି ପଢି ଆଜି ସାରା ଆନ୍ଧ୍ରରେ ପରିଚୟ ସୃଷ୍ଟି କରିପାରିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ଏବଂ ଏହାର ଶ୍ରେୟ ନିଜ ପରିବାର, ଗୁରୁଜନ ଏବଂ ନିଜ ଶିକ୍ଷକଙ୍କୁ ଦେଇଥିବା ବେ ଆଗକୁ ପାଠ ପଢି ଜଣେ ଆଇପିଏସ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମିଟୁ ।