କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ତାଙ୍କ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ : ଗୁରାଣ୍ଡି ଥାନାରେ ନାଏବ ସରପଞ୍ଚ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ ।

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମ ଠାରେ ଥିବା ଗଜପତିନଗର ଅଙ୍ଗନବାଡି କେନ୍ଦ୍ରରର କର୍ମୀ ସୁନୀତା ସାମଲ (୪୫) ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଗୁରାଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ରୁକୁମା ମାଝୀ ଏବଂ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିବାର ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ନାଏବ ସରପଞ୍ଚ ଶ୍ରୀ ମାଝୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ନାମରେ ଦୁଇ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀ ଭାବେ ନାମ ରହିଛି । ଯାହାକୁ ନେଇ ବିଭାଗୀୟ ପକ୍ଷରୁ ତଦନ୍ତ କରାଯାଉଥିଲା । ଆଜି ଦୁଇଜଣ ସୁପରଭାଇଜର ତଦନ୍ତ କରି ଫେରିଥିଲେ । ଏହାପରେ ନାଏବ ସରପଞ୍ଚ କୌଣସି କାରଣରୁ ଉତ୍ତକ୍ଷିପ୍ତ ହୋଇ ତାଙ୍କ ସହଯୋଗୀ ଅତୁଲ ପାତ୍ର, ସୁବାସ ପାତ୍ର, ମଣ୍ଟୁ ପାତ୍ର ପ୍ରମୁଖ ସଂଘବଧ ଭାବେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସୁନୀତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସୁନୀତାଙ୍କ ଭାଇ ସୁଶାନ୍ତ ସାମଲ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ଆକ୍ରମଣକାରୀମାନେ ଉଭୟ ଭାଇ ଭଉଣୀଙ୍କ ସହ ଭଣଜା ରୋଶନ ଜେନାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସୁନୀତା ଏବଂ ତାଙ୍କ ଭାଇ ସୁଶାନ୍ତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଭଣଜା ରୋଶନଙ୍କ ମୁଣ୍ଡ ଫାଟି ଯାଇଥିବାର ଜଣାପଡିଛି । ତିନି ଜଣଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ହେଲେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପାରଳାଖେମୁଣ୍ଡି ଡାକ୍ତର ଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ସୁନୀତା ଦୀର୍ଘ ଘଣ୍ଟା ଧରି ଅଚେତ ଅବସ୍ଥାରେ ରହିଥିଲେ । ପ୍ରାୟ ୮.୩୦ ସମୟରେ ତାଙ୍କ ଚେତା ପେରିଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଥିବାର ମଧ୍ୟ ଜଣାପଡିଛି । ଏନେଇ ସୁନୀତାଙ୍କ ବାଇ ସୁଶାନ୍ତ ସାମଲ କହିଛନ୍ତି ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ଆମ୍ଭଙ୍କୁ ନ୍ୟାୟ ମିଳିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.