ସମଗ୍ର ଶିକ୍ଷା ମୟୂରଭଞ୍ଜ ର ଅଭିନବ ପ୍ରୟାସ।ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ” ଶିକ୍ଷା ଷ୍ଟୁଡିଓ ” ଶୁଭାରମ୍ଭ।

“ଶିକ୍ଷା ଷ୍ଟୁଡିଓ” ରେ ଯୋଡ଼ିଲା ୫୮୧ ସ୍କୁଲ।

ବାରିପଦା : ବାରିପଦା ଡି.ପି.ଇ.ପି. କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଜିଲ୍ଲା ତଥା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ (” ଶିକ୍ଷା ଷ୍ଟୁଡିଓ “)। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଏହାକୁ ଉଦଘାଟନ କରି ସିଧାସଳଖ ବିଭିନ୍ନ ସ୍କୁଲ ର ପିଲା ଙ୍କ ସହିତ କଥା ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଜାନ ର ଏହି ମିଳିତ ଅଭିନବ ପ୍ରୟାସ ଦ୍ୱାରା 5T ରୁପାନ୍ତରିତ ଜିଲ୍ଲାର ୫୮୧ ହାଇସ୍କୁଲ ସହିତ ୨୬ ଟି ଆଦର୍ଶ ବିଦ୍ୟାଳୟ ରେ ୧୭୫୫ ଟି ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପ୍ରାୟ ୮୦ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ପାରିବେ। ପ୍ରାଥମିକ ସ୍ତରରେ ପରେପରେ ଜିଲ୍ଲାର ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ୧୪୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୪୯ ଅଙ୍ଗନବାଡି କେନ୍ଦ୍ର କୁ ଏହି ସେବା ସମ୍ପ୍ରସାରିତ କରାଯିବ। ଯାହାଲାଗି ରାଜ୍ୟ ସରକାର ୫୯୦ ଟି ଟେଲିଭିଜନ ସେଟ୍ ଯୋଗାଇ ସାରିଲେଣି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ରେ ନୀରବଛିନ୍ନ ଶିକ୍ଷାର ପ୍ରଚାର ଓ ପ୍ରସାର ଲାଗି ସହାୟ ହେବ ସହିତ ଏହା ଏକ ଯୁଗପଯୋଗୀ ପଦକ୍ଷେପ ବୋଲି ପ୍ରମାଣ ହୋଇ ପାରିବ। ଗଣଶିକ୍ଷା ମନ୍ତ୍ରୀ ଏହାକୁ ଉଦଘାଟନ କରିବା ଅବସରରେ ବିଭିନ୍ନ ସ୍କୁଲ ର ଛାତ୍ରଛତ୍ରୀ ଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି ଷ୍ଟୁଡିଓ ର ସମସ୍ତ କାର୍ଯ୍ୟକ୍ରମ “Samagra Sikhya Mayurbhanj” ନାମକ Youtube Portal ରେ ପ୍ରସାରଣ ହେବାସହିତ ସବୁଦିନ ଲାଗି ରେକର୍ଡ ହୋଇ ରହିବ। ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ର ଏହି ଅଭିନବ ପଦକ୍ଷେପ ରେ ମନ୍ତ୍ରୀ ସନ୍ତୁଷ୍ଟି ପ୍ରକାଶ କରିବା ସହିତ ସାରା ରାଜ୍ୟ ରେ ଏଭଳି ଇ-ଷ୍ଟୁଡିଓ ପ୍ରସ୍ତୁତ କରିବାର ପଦକ୍ଷେପ ନେବାଲାଗି ସରକାର ଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.