ଅଟୋରୁ ଅଚିହ୍ନା ବ୍ଯକ୍ତିଙ୍କ ମୃତଦେହ ଜବତ
ବ୍ରହ୍ମପୁର : ଏମକେସିଜିର ଏସଏସ କୋଠା ସାମ୍ନାରେ ଥିବା ଏକ ଅଟୋରୁ ମେଡିକାଲ ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତ୍ୟୁ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ରୁ ୪୫ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନଥିବା ଜଣାପଡିଛି। ବ୍ୟକ୍ତିଙ୍କ ମେଡ଼ିକାଲକୁ ଚିକିତ୍ସା କରିବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କିଭଳି ଓ କାହିଁକି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।