ରାୟଗଡା ଜିଲ୍ଲା ସଦର ଠାରେ ଦୁଇ ଗୋଷ୍ଠୀ ମଧ୍ୟ ରେ ସଂଘର୍ଷ ୧୪୪ ଧାରା ଜାରି

ରାୟଗଡା: ରାୟଗଡା ଜିଲ୍ଲା ସଦର ଠାରେ ଦୁଇ ଗୋଷ୍ଠୀ ମଧ୍ୟ ରେ ସଂଘର୍ଷ ୧୪୪ ଧାରା ଜାରି ହୋଇଥିବା ବେଳେ ପୋଲିସ ଫ୍ଲାଗ ମାର୍ଚ୍ଚପରିସ୍ଥିତି ଉପୁଜିଛି। ଏହା ସହ ପ୍ରତ୍ୟେକ ମୂହୁର୍ତ୍ତ ଉପରେ ଜିଲ୍ଲା ପୋଲିସ ତୀକ୍ଷ୍ଣ ନଜର ରଖିଛି। ଘଟଣାରୁ ପ୍ରକାଶ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ା ସହରର ୨ଟି ସାହି ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରୟତ କଲୋନି ଦଳିତ ସାହିର କାମେଶ୍ଵର ନାଏକ (୩୬) ଓ ମୁନା ପ୍ରଧାନ (୪୩)। ଆଜି ଜିଲ୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ନାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଗଣ୍ଡଗୋଳ ପ୍ରଶମିତ କରିବା ପାଇଁ ଯାଇଥିବା ପୁଲିସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ହେଲେ କୌଣସି ପୁଲିସ ଆହତ ହୋଇନାହାନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଫଳରେ ଅଧିକ ଫୋର୍ସ ସାହି ପାଖରେ ମୁତୟନ ହୋଇଛନ୍ତି। ଏସଡିପିଓ ଦେବଜ୍ୟୋତି ଦାସ କହିଛନ୍ତି, ପରିସ୍ଥିତି ଉପରେ କଡ଼ା ନଜର ରହିଛି। ଉଭୟ ସାହିରେ ୧୪୪ ଧାରା ଜାରି ହୋଇଛି । ରଥ ଯାତ୍ରା ଦୃଷ୍ଟିରେ ରଖି ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବାକି ଯାଇ ପୋଲିସ ବାହିନୀ ଫ୍ଲାଗ ମାର୍ଚ୍ଚ କରୁଥିବା ଦେଖା ଦେଇଛି।କାମେଶ୍ଵର ଓ ମୁନାଙ୍କ ଉପରେ ଆକ୍ରମଣ ହୋଇଥିଲା। ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିଲେବର୍ତ୍ତମାନ ପରିସ୍ଥିତି ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ଉଭୟ ସାହି ରେ ପୋଲିସ ମୃତୟନ କରିଥିବା ଖୋଦ ଏସ ପି ବିବେକାନନ୍ଦ ଶର୍ମା ଜଣାଇଛନ୍ତି ।