ଜୀବନ ସଂଘର୍ଷ ଓ ସଂଘାତର କବିତା ପସରା : କଥା ଓ ବ୍ୟଥା ଲୋକାର୍ପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଦରଦି କବି ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ କବିତା ପସରା କଥା ଓ ବ୍ୟଥା ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି । କବିଙ୍କର ଏହି କବିତା ଗୁଚ୍ଛଟି ତାଙ୍କର ସପ୍ତମ ସୃଷ୍ଟି । ଆଜିର କବିତାଟିରେ ସେ ସାମ୍ପ୍ରତିକ ଯୁଗ ଚେତନା ପାଇଁ ଶିକ୍ଷା ସମାଜ ପାଇଁ ବାଣ୍ଟିଛନ୍ତି ବୋଲି ବକ୍ତା ମାନେ କହିଥିଲେ । ସମସ୍ତ କବିତା ଗୁଡ଼ିକୁ ଅଧ୍ୟାପକ ସୌଦାଗର ସିଓ ସମୀକ୍ଷା କରିଥିଲେ । ଡ.ଭୁବନେଶ୍ୱର ପଟନାୟକ, ପଣ୍ଡିତ ନରସିଂହ ଗୌଡ଼, ସମ୍ପୂର୍ଣାନନ୍ଦ ବେବର୍ତ୍ତା,ବିନୋଦ ଜେନା, ଭଗବତ ପାଢ଼ୀ, ଡ କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ ,ଶାଶ୍ଵତୀ ବେବର୍ତ୍ତା,ନିଜ ନିଜର ମତ ରଖିଥିବା ବେଳେ ଶରତ ସାହୁ , ମୂରଲୀଧର ପରିଚ୍ଛା, ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ପ୍ରସାଦ ପଣ୍ଡା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।