ପାଚିକା ସହାୟିକା ସଂଘ ତରଫରୁ ଶିକ୍ଷାମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ
ନିଖିଳ ଓଡିଶା ଏମ.ଡି.ଏମ ପାଚିକା ସହାୟିକା ସଂଘ ଜୟପୁର ବ୍ଲକ କମିଟି ତରଫରୁ ଶିକ୍ଷାମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ରଜାନହର ଠାରୁ ଶୋଭାଯାତ୍ରା ବାହାରି ଗୋଷ୍ଠି ଶିକ୍ଷାଧିକାରି ଙ୍କ କାଯ୍ୟାଳୟରେ ପହଞ୍ଚି ଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଦେଷରେ ସହକାରି ଗୋଷ୍ଠି ଶିକ୍ଷାଧିକାରି ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ପାଚିକା ମାନଙ୍କୁ ସରକାରୀ କର୍ମଚାରି ମାନ୍ୟତା ଓ ମାସିକ ସବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦଶ ମାସ ବଦଳରେ ୧୨ ମାସର ପ୍ରାପ୍ୟ ପ୍ରଦାନ କରାଯାଉ, ବର୍ଷକୁ ଦୁଇ ଯୋଡା ଶାଢୀ, ବ୍ଲାଉଜ ପ୍ରଦାନ କରାଯାଉ, ୬୦ ବର୍ଷ ପରେ ଛଟେଇ ହେଉଥିବା ପାଚିକା ମାନଙ୍କୁ ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରାଯାଉ, ସ୍ଲୁଲ ମାନଙ୍କରେ ଛାତ୍ର ଛାତ୍ରୀ ସଂଖ୍ୟା ଭିତ୍ତିରେ ପାଚିକା ମାନଙ୍କୁ ନିଯୁକ୍ତି ଦିଆଯାଉ, ବର୍ଷିକ ଅତି କମରେ ୧୫ ଦିନ ଛୁଟି ମଞ୍ଜୁର କରିବା ସହ ପ୍ରସୁତି କାଳୀନ ଛୁଟି ମଞ୍ଜୁର କରାଯାଉ, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ବା ସହ ସବନିମ୍ନ ମଜୁରି ପ୍ରଦାନ କରାଯାଉ, ଗତ ୧.୧୨.୨୦୦୯ ତାରିଖ ଠାରୁ କେନ୍ଦ୍ର ସରକାର ପାଚିକା ସହାୟିକା ମାନଙ୍କର ପ୍ରାପ୍ୟ ଏକ ହଜାର ଟଙ୍କା ସ୍ଥିର କରିଥିଲେ ମଧ୍ୟ ୩୧.୩.୨୦୧୨ ଯାଏ ପାଚିକା ସହାୟିକା ମାନଙ୍କୁ ୬ ଶହ ଓ ଶହ ଟଙ୍କା ଲେଖାଏ ପୈଠ କରାଯାଇଛି । ଏଣୁ ଏମାନଙ୍କର ୨୮ ମାସର ବକେୟା ଟଙ୍କା ପୈଠ କରାଯାଉ. ସ୍ଲୁଲରେ ଛାତ୍ର ଛାତ୍ରୀ କମ ଥିବା ଓ ସ୍ଲୁଲ ମିଶ୍ରଣ ଯୋଗୁଁ ପାଚିକା ସାହାୟିକା ମାନଙ୍କୁ ବାହାର କାରାଯାଇଛି ସେ ମାନଙ୍କୁ ବ୍ଲକ ମଧ୍ୟରେ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ ଆଦି ଦାବି ରହିଛି । ଏହି ଶୋଭାଯାତ୍ରାରେ ଯୁଧିଷ୍ଠିର ରାଉଳ,ଉତ୍ତମ ମଲ୍ଲିକ, ସତ୍ୟ ବ୍ରତ ନନ୍ଦ, ରାମ କୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।