ଅମଲା ସଂଘର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି, ବିଭିନ୍ନ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରତିବାଦ

ପାରଳାଖେମୁଣ୍ଡିି, ୧ା୬ : ଓଡିଶା ଅମଲା ସଂଘର ଆହ୍ୱାନ କ୍ରମେ ଗଜପି ଜିଲ୍ଲାର ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘର ସଦସ୍ୟ ସଦସ୍ୟାମାନେ ଆଜି ଠାରୁ ସମୂହ ଛୁଟି ନେଇଥିବାର ଜଣାପଡିଛି । ଏହା ସହ ବିଭିନ୍ନ କାର୍ଯ୍ୟାଳୟ ସାମନାରେ ଶାନ୍ତି ପୂର୍ଣ୍ଣ ଧାରଣା ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । କନିଷ୍ଠ ସହାୟକଙ୍କ ସ୍ନାତକ ସ୍ତରରେ ଥିବା ୪୨୦୦ ଗ୍ରେଡ ପେ ଲେଭେଲ ୯କୁ ବୃଦ୍ଧି ପ୍ରଦାନ ଦାବି କରି ମେ ମାସ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ଧାରଣ କରି ପ୍ରତିବାଦ କରିଥିଲେ । ତଥାପି ସରକାର ସେମାନଙ୍କ ଦାବି ସମୂହକୁ ଅଣଦେଖା କରିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବାର ଜଣାଇଛନ୍ତି । ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର ଶତାଧିକ ସଭ୍ୟସଭ୍ୟା ମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ । ଏଥି ସହ ସେମାନେ ଜଣାଇଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିରେ ଜନସାଧାରଣଙ୍କ ସରକାରୀ କାମରେ କୌଣସି ସମସ୍ୟା ଉପୁଜେ ତେବେ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.