News ସ୍ଵୟଂ ସହାୟିକା ଗୋଷ୍ଠିର ସମ୍ପାଦିକାଙ୍କ ସିଙ୍ଗାପୁର ଗସ୍ତକୁ ନେଇ ପ୍ରଶାସନର ସମ୍ବର୍ଦ୍ଧନା 31 May 2023 newsalertodisha.com 0 Comments ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଫେଡ଼େରେସନର ସମ୍ପାଦିକା କାଞ୍ଚନ କୁମାରୀ ନାୟକଙ୍କ ସିଙ୍ଗାପୁର ଗସ୍ତ ପାଇଁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାଞ୍ଚନ କୁମାରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଦିତ କରିଥିଲେ । ଓଡ଼ିଶାର କେବଳ ୧୦ଗୋଟି ଜିଲ୍ଲାରୁ ଜଣେ ଲେଖାଁଏ ସ୍ଵୟଂ ସହାୟକ ଗୋଷ୍ଠିର ପ୍ରତିନିଧି ସିଙ୍ଗାପୁର ଯିବାଲାଗି ଚୟନ ହୋଇଥିବା ବେଳେ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଆର. ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମସ୍ଥ ମାଁ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠିର ଆଦିବାସୀ ମହିଳା ସୁଦୂର ସିଙ୍ଗାପୁର ଯିବା ଲାଗି ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ ସ୍ଵୟଂ ସହାୟିକା ଗୋଷ୍ଠି ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ କିଭଳି ଆନ୍ତର୍ଜାତୀୟ ବଜାରରେ ବିକ୍ରି ହୋଇପାରିବ ଏବଂ ସିଙ୍ଗାପୁରର କଳା ଓ କୌଶଳ ଅନୁଧ୍ୟାନ ତଥା କିପରି ଅପଣାଇପାରିବେ । ସମ୍ବର୍ଦ୍ଧିତ ଉତ୍ସବ ସମୟରେ କାଞ୍ଚନ ଖୁସିର ସହ ମତବ୍ୟକ୍ତ କରିଛନ୍ତି ଯେ, ଗ୍ରାମର ମହିଳା ଦିନେ ଆକାଶରେ ଉଡ଼ିବ ଏବଂ ବିଦେଶ ବୁଲିଯିବ ଏହା ସ୍ଵପ୍ନରେ କେବେ ଭାବିନଥିଲେ । ଏଥିପାଇଁ ସେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଜୁନ୍ ୩ ତାରିଖରେ ଭୁବନେଶ୍ଵରରୁ ସିଙ୍ଗାପୁର ଆରମ୍ଭ ହେବାକୁ ଥିବା ବିମାନ ସେବାର ପ୍ରଥମ ଦିନରେ ୧୦ ଜିଲ୍ଲାରୁ ୧୦ ଜଣ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା ସିଙ୍ଗାପୁର ଯିବାପାଇଁ ସୁଯୋଗ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରି, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ମାଁ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।