ଆରିବା ଗ୍ରାମରେ ବଜ୍ରପାତ, ଜଣେ ମୃତ ।

ଗୋଷାଣି, ୨୮।୫ :  ଗଜପତି ଜିଲ୍ଲା ଗୋଷାଣି ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତ ଅନ୍ତର୍ଗତ ଆରିବା ଗ୍ରାମ ଠାରେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ହୋଇଥବା କାଳ ବୈଶାଖୀ ବର୍ଷାରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି  । ମୃତକ ଜଣକ ଆରିବା ଗ୍ରାମର ବି.ପାପାରାଓ (୫୫) ବୋଲି ଜଣାପଡିଛି । ସେ ନିଜ ଚାଷ ଜମିକୁ ପାଳ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ହଠାତ ମାଡି ଆସିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ଉକ୍ତ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ପାପାରାଓ ଜଣେ ଗରୀବ ଶ୍ରେଣୀର କୃଷକ ଅଟନ୍ତି । କୃଷିରେ ଯାହା ଉପାର୍ଜନ କରୁଥିଲେ ସେ ବର୍ଷ ତମାମ ଗୁଜାରଣ ମେଣ୍ଟାଉଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେଣୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଗଲେ ମୃତକଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.