ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠ ପୋଲ, ବାହ୍ୟ ଜଗତରୁ ବିଚ୍ଛିନ୍ନ ୩ ଖଣ୍ଡ ଗାଁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନାରେ ଲଗାଣ ବର୍ଷାରେ ହରଭଙ୍ଗି ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲଟି ଭାସି ଯାଇଛି । ଫଳରେ ଏବେ ଗାଁକୁ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି ୩ ଖଣ୍ଡ ଗ୍ରାମବାସୀ । ଗରଡମା ପଞ୍ଚାୟତ ନିମ୍ବାଡ଼ ଗାଁ ନିକଟରେ ଥିବା ଏହି ଅସ୍ଥାୟୀ କାଠ ପୋଲ ଭାସି ଯିବା ପରେ ଉପରେ ନିମ୍ବାଡ ଗାଁ ସମେତ ମାତାକୁପା ଓ ନାକେଜୁ ଗ୍ରାମବାସୀ ଯାତାୟାତ ଠପ୍ ହୋଇ ଯାଇଛି । ଲୋକେ ଦୈନନ୍ଦିନ ହାଟ ବଜାର, ମେଡିକାଲ୍ ଓ ସ୍କୁଲ କଲେଜ ସବୁ ଠପ୍ ହୋଇ ଯାଇଛି । ପ୍ରଶାସନ ନିକଟରେ ପୋଲ ନିର୍ମାଣ ପାଇଁ ବହୁବାର ଅଭିଯୋଗ କରିଥିଲା ସୁଦ୍ଧା ପୋଲ ନିର୍ମାଣ ହୋଇ ପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀନ୍ଦା।