ବିଜେଡି ନେତାଙ୍କୁ ଗୁଳି କଲେ ଦୁର୍ବୁତ୍ତ ,କାରଣ ଅସ୍ପଷ୍ଟ ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ବାଇକରେ ଆସି କାର କାଚ ଭାଙ୍ଗି ୨ ରାଉଣ୍ଡ ଗୁଳି କଲେ ୩ ଜଣ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । କାମାକ୍ଷାନଗର ମେନରୋଡ଼ ସ୍ଥିତ ମା ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଗୁଳିକାଣ୍ଡ କରିଛନ୍ତି ଦୁର୍ବୁତ୍ତ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ। ରାଜନୈତିକ ନା ଠିକାଦାର ,ନା କୋୖଣସି ଅନ୍ୟ କାରଣକୁ ନେଇ ଗୁଳିକାଣ୍ଡ ହୋଇଛି ତାହା ଅସ୍ପଷ୍ଟ ରହିଛି । ପୂର୍ବରୁ ଗୋଟିଏ ଥର ଘର ସାମ୍ନାରେ ଥିବା କାର ଉପରକୁ ବୋମା ମାଡ଼ ଏବଂ ଗୋଟିଏ ଥର ଢେଙ୍କାନାଳ ଟାଉନ ଉପରେ ଗୁଳିକାଣ୍ଡ କରିଥିଲେ ଦୁର୍ବୁତ୍ତ । କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ଲାଗିଥିବା ସୂଚନା । ବୁଧବାର ରାତି ପ୍ରାୟ ୧୦ଟା ୪୫ ମିନିଟରେ ଘଟିଛି ଘଟଣା । ଘରକୁ କାର ଯୋଗେ ଫେରୁଥିବା ବେଳେ ୩ ଜଣ ଦୁର୍ବୁତ୍ତ ୨ଟି ବନ୍ଧୁକରେ କରିଥିଲେ ଆକ୍ରମଣ । ସିସିଟିଭି ଆଧାରରେ ତଦନ୍ତ କରୁଛି କାମାକ୍ଷାନଗର ପୋଲିସ । କାର ସାମ୍ନାରେ ବାଇକ ରଖି ପ୍ରଥମେ କାରର କାଚକୁ ବନ୍ଧୁକରେ ଭାଙ୍ଗି ଥିଲେ ଦୁର୍ବୁତ୍ତ, ପରେ କାହ୍ନୁଙ୍କ ଉପରକୁ ଗୁଳି କରିଥିଲେ । କାହ୍ନୁଙ୍କ ଗୁଳିକାଣ୍ଡକୁ ନେଇ କାମାକ୍ଷାନଗରରେ ଚାଞ୍ଚଲ୍ୟ । ଘଟଣା ସ୍ଥଳରୁ ଗୋଟିଏ ଫୁଟନ୍ତା ଗୁଳି ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.