ଫରେଷ୍ଟର ଗୁଳିକାଣ୍ଡ ଘଟଣା କୁ ନେଇ ମୟୂରଭଞ୍ଜ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ସଫଳତା ମିଳିଥିବାର ଜଣାପଡିଛି । ଫରେଷ୍ଟର ଗୁଳିକାଣ୍ଡ ଘଟଣାରେ ୧୦ଜଣ ଅଭିଯୁକ୍ତ କୁ ଗିରଫ କରିବା ସହିତ ଅସ୍ତ୍ର ଶସ୍ତ୍ର ଜବତ କରିଛି, ଗତ ୧୬ତାରିଖ ରାତି ୨.୩୦ ମିନିଟରେ ଶିମିଳିପାଳ ଉପରବାରାହା କାମୁଡା ରେଞ୍ଜ ରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଠି ହାଁସଦା କୁ ଗୁଳିକରୀ ଫେରାର ହୋଇଯାଇଥିଲେ, ଏସପିଙ୍କ ନେତୃତ୍ୱରେ ହତ୍ୟାମାମଲା ୠଜୁକରି ୬ ଟି ଟିମ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା, ପରେ ୧୦ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି,ଅଭିଯୁକ୍ତ ମାନେ ହେଲେ ତୁରୀ କାଣ୍ଡେୟାନ (୩୦), ରାମାଇ କାାଣ୍ଡେୟାନ(.୬୧),ମୋରା ହୋ (୪୩) ମାଣିକରାମ କାଣ୍ଡେୟାନ (୪୩), ଗୋପବନ୍ଧୁ କାଣ୍ଡେୟାନ (୩୨), ଦିଲ୍ଲିପ କାଣ୍ଡେୟାନ (୨୫) , ରାମ ସିଂ ଗୁନ୍ଦୁଆ (୩୪), ସିଙ୍ଗ ହୋ (୩୨), ଗମେୟା ହୋ ୨୫ ଏବଂ ଚମ୍ପାଇ ହୋ (୨୬) ଠାକୁରମୁଣ୍ଡା ଥାନା ଏଦଲବେଡା ଗାଁ ଅଂଚଳର, ପୋଲିସ ତଦନ୍ତ ରୁ ଜଣାପଡିଛି ସମସ୍ତେ ବେଆଇନ ଶିକାର କରିବାକୁ ଶିମିଳିପାଳ ଭିତରେ ଠାକୁରମୁଣ୍ଡା ଥାନା ଏଦଲବେଡା ଅଂଚଳର ୧୦ଜଣ ଶିକାରୀ ଶିମିଳିପାଳ ଭିତରେ ପଶିଥିବା ବେଳେ ବନବିଭାଗ କର୍ମଚାରୀ ବାଧା ଦେଇଥିଲେ ପରେ ଶିକାରୀ ଆଉ ବନ କର୍ମଚାରୀ ମୁହାଁ ହୋଇଥିଲା,ଶିକାରୀଙ୍କ ଗୁଳିରେ ମାଠି ହାଂସଦାଙ୍କ ମୃତ୍ୟୁ ହୋଇଥିବାର ମୟୂରଭଞ୍ଜ ଏସପି ବାଟୁଳା ଗଙ୍ଗାଧର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.