ଟାଟା ପାୱାର ବିରୁଦ୍ଧରେ ଜୟପୁର ବିଜେପିର ଗର୍ଜନ

ଜୟପୁର : ଟାଟା ପାୱାର ବିରୁଦ୍ଧରେ ଜୟପୁର ବିଜେପିର ଗର୍ଜନ।ଜୟପୁର ବ୍ରାହ୍ମଣୀଗାଁ ସ୍ଥିତ ଉପଖଣ୍ଡ ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି।କୋରାପୁଟ ଜିଲ୍ଲାରେ ବିଦ୍ୟୁତ ଉତ୍ପାଦନ ହେଉଛି କିନ୍ତୁ କୋରାପୁଟ ଜିଲ୍ଲାରେ ଲୋକଙ୍କୁ ବିଦ୍ୟୁତ ସେବା ଠିକରେ ମିଳୁନି। ଗୋଟିଏ ପଟେ ପ୍ରବଳ ଖରା ସାଙ୍ଗକୁ ଉଚ୍ଚ ତାପମାତ୍ରା ଜାରି ରହିଛି।ଏହାରି ଭିତରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି ଏବଂ ଲୋ ଭୋଲ୍ଟେଜ ସମସ୍ୟା ବି ଲାଗି ରହୁଛି। ଟାଟା ପାୱାର ବିତରଣ ଦାୟିତ୍ୱ ନେବା ପରଠୁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ଘରୋଇ ଇଂଭେଟର କମ୍ପାନୀ ସହ ବିଦ୍ୟୁତ ବିଭାଗ କର୍ମଚାରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରା କରି ଏଭଳି ବିଭ୍ରାଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଗୌତମ ସାମନ୍ତରାୟ।ସେପଟେ ବିଜେପି ଆଣିଥିବା ବିଦ୍ୟୁତ କାଟ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବିଦ୍ୟୁତ ବିଭାଗର ନିବାହୀ ଯନ୍ତ୍ରୀ ମନୋଜ ଚୋଧୁରୀ।ଯେତେବେଳେ କୌଣସି ମେଣ୍ଟେନେସ କାର୍ଯ୍ୟ ହେଉଛି ସେହି ସମୟ ରେ କିଛି ସମୟ ପାଇଁ ବିଦ୍ୟୁତ ସରାବହକୁ ବନ୍ଦ କରାଯାଉଛି। କାର୍ଯ୍ୟ ସାରିଲେ ପୁଣି ସ୍ୱାଭାବିକ ହେଉଛି ବିଦ୍ୟୁତ ସେବା ଏବଂ ଲୋଭୋଲ୍ଟେଜର ସମସ୍ୟା ରହୁନି ବୋଲି କହିଛନ୍ତି ଜୟପୁର ବିଭାଗର ନିବାହୀ ଯନ୍ତ୍ରୀ ମନୋଜ ଚୌଧୁରୀ।