ପୁରୀ ଟାଉନ ଥାନାରେ ଅଘଟଣ : ସିସିଟିଭି ସଂସ୍ଥାପନ କରୁଥିବା ସମୟରେ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀ ଟାଉନ ଥାନାରେ ଅଘଟଣ। ରଥଯାତ୍ରା ପାଇଁ ଥାନା କଣ୍ଟ୍ରୋଲ ରୁମ୍ ଛାତ ଉପରେ ସିସିଟିଭି ସଂସ୍ଥାପନ କରୁଥିବା ସମୟରେ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା। ତେବେ ଟାଉନ ଥାନା ପୋଲିସ ଓ ଅନ୍ୟ କର୍ମଚାରୀ ମାନେ ରାକେଶକୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ଖବର ପାଇ ରାକେଶଙ୍କ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ମାତ୍ର ଚାରିଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସଂସ୍ଥାପନ କାର୍ଯ୍ୟ କରାଯାଉଛି। ତେବେ ଟାଟା ପାୱାର ତରଫରୁ ବାରମ୍ବାର କରେଣ୍ଟ fluctuation ହେବା ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.