ଏକ୍ସପାୟରି ଔଷଧରୁ ଅସୁସ୍ଥ ଶିଶୁର ଦୁଇ ମାସ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ
ଗଜପତି : ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମରେ ରାସ୍ତା ରୋକ , ଗତ ଏପ୍ରିଲ ୭ ତାରିଖରେ ଏକ୍ସପାୟର ଔଷଧ ଦେବା ଫଳରେ ୧୧ ମାସର ଶିଶୁ ସଚିତ୍ ସହିଂସା ଗୁରୁତର ହୋଇ ପଡ଼ିଥିଲା, ମେଡିକାଲ ରେ ହଟଗୋଳ ପରେ ଗତ ୨୩ ମେରେ ଏନେଇ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇଥିଲା । କଟକ ଶିଶୁ ଭବନରେ ଚିକିତ୍ସା ସମୟରେ ଗତକାଲି ପ୍ରାଣତ୍ୟାଗ କରିବା ଫଳରେ , ତାର ପ୍ରତିବାଦ କରି ଶିଶୁର ଶବ ରଖି ଯାଜପୁର ଗ୍ରାମରେ ଆଜି ସକାଳୁ 7ଘଣ୍ଟା ସମୟ ଠାରୁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ, ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।