ନକଲି ସୁନା ବିକ୍ରେତା ଠକ ଙ୍କୁ କାବୁ କଲେ ଲୋକେ

ନୂଆପଡା : ମାତିଛନ୍ତି ନକଲି ସୁନା ବିକ୍ରେତା ଠକ । ଲୋକଙ୍କୁ ପ୍ରଲୋଭନ ଦେଖାଇ ନକଲି ସୁନା ଦେଇ ଠକୁ ଥିଲେ ଲକ୍ଷଲକ୍ଷ ଟଙ୍କା । ଶେଷ ରେ ଲୋକଙ୍କ ହାତରେ ଧରାପଡି ଜେଲ ଗଲେ ଦୁଇ ଅଭିଯୁକ୍ତ ଠକ । ଭିଳାଇ ଦୁର୍ଗ ଅଞ୍ଚଳର ମୋହନ ରାଠୋର ଓ ପବନ ରାଠୋର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଜିଲ୍ଲା ର ଖଡିଆଳ, ବୋଡ଼େନ ଓ ସିନାପାଲି ଅଞ୍ଚଳ ର ବିଭିନ୍ନ ଗାଁରେ କିଛି ଦିନ ହେବ ଦୁଇ ବ୍ୟକ୍ତି ନିଜକୁ ଜେସିବି ଡ୍ରାଇଭର ର ପରିଚୟ ଦେଇ । କାମ କଲା ସମୟରେ ସୁନା ମିଳିଛି ତାହା ଆମେ କମ ଟଙ୍କା ରେ ଦେବୁ ବୋଲି ଲୋକଙ୍କୁ ପ୍ରଲୋଭିତ କରି ସୁନା ଚେନ ବିକ୍ରି କରୁଥିଲେ । ସୁନା ବିକ୍ରି ସମୟରେ କିଛି ନିର୍ଦ୍ଦିଷ୍ଟ ସୁନା କୁ ପରୀକ୍ଷା କରିବା ପାଇଁ ମଧ୍ୟ ଦେଉଥିଲେ । ହେଲେ ପରେ ସବୁଯାକ ସୁନା ନକଲି ବାହାରୁଥିଲା । ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ଲୋକଲଜ୍ୟା ରେ କାହାକୁ କହି ପାରୁନଥିଲେ । ଠିକ ସେହିଭଳି ଆଜି ବୋଡେ଼ନ ଅଞ୍ଚଳରେ ଦୁଇ ଠକ ସୁନା ବିକ୍ରି କରି ଆସୁଥିବା ସମୟରେ ଦୁହିଁ ଙ୍କୁ ପିଛା କରି ଖଡ଼ିଆଳ ବସଷ୍ଟାଣ୍ଡ ରେ କାବୁ କରି ଉତ୍ତମମଧ୍ୟମ ଦେଇ ଖଡ଼ିଆଳ ପୋଲିସ କୁ ଜିମା ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ପୋଲିସ ଷ୍ଟେସନ ଆସି ଅଭିଯୁକ୍ତ ଚିନ୍ହି ଅଭିଯୋଗ କରିଛନ୍ତି । ଖଡ଼ିଆଳ ଥାନା ଚିନ୍ଦାଗୁଡା ପର୍ଶୁରାମ ଦୁରିଆ ଲିଖିତ ଅଭିଯୋଗ କରିଛନ୍ତି । ସେହିଭଳି ସିନାପାଲି ଅଞ୍ଚଳର କିଛି ବ୍ୟକ୍ତି ମଧ୍ୟ ଠକେଇ ର ଶିକାର ହୋଇଥିବା କହିଛନ୍ତି । ପର୍ଶୁରାମ ଦୁରିଆ ଙ୍କୁ ଗତ ୨୩ ତାରିଖ ଦିନ ଏକ ନକଲି ହାର ମାଳି ଦେଇ ୫ ଲକ୍ଷ ଟଙ୍କା ମାଗୁଥିବା ବେଳେ ଶେଷରେ ୧ ଲକ୍ଷ ୨୦ ହଜାର ଟଙ୍କା ରେ ଦେଇ ଚାଲି ଯାଇଥିଲେ। ଏହି ସୁନା ଚେନ କୁ ପର୍ଶୁରାମ ୨୪ ତାରିଖ ଦିନ ପରୀକ୍ଷା କରିବାକୁ ନେଇ ଠକେଇ ର ଶିକାର ହୋଇଥିବା ଜାଣିଥିଲେ ,ହେଲେ ଲୋକଲଜ୍ୟା ରେ କାହାକୁ କହି ପାରିନଥିବା ଉଭୟ ବାପା ପୁଅ କହିଛନ୍ତି । ଅପରପକ୍ଷରେ ଖଡ଼ିଆଳ ପୋଲିସ ଏକ ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା ଖଡ଼ିଆଳ SDPO ଅରୁପ ଅଭିଷେକ ବେହେରା ପ୍ରକାଶ କରିଛନ୍ତି ।