ଗୁଣପୁର ସିନେମା ହାଲ୍ ନିକଟସ୍ଥ ନଦୀରୁ ଅଚିହ୍ନା ମୃତ ଦେହ ଉଦ୍ଧାର

ରାୟଗଡା ଜିଲ୍ଲା ଗୁଣୁପୁର ସିନେମା ହାଲ୍ ନିକଟସ୍ଥ ନଦୀରୁ ଏକ ଅଚିହ୍ନା ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନ ୫ ଘଣ୍ଟିକ ସମୟରେ ସ୍ଥାନୀୟ ଲୋକ ମୃତ ଦେହକୁ ଦେଖି ଦମକଳ ବାହୀନିକୁ ଓ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତତ୍ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଆସି ତୁରନ୍ତ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗୁଣପୁର ୧୧୨ ପହଞ୍ଚି ତଦନ୍ତ ଜାରି ରଖିଛି । ଗୁଣପୁର ଏ.ଆଇ.ସି ସଞ୍ଜୟ କୁମାର ପଟ୍ଟନାୟକ ତଦନ୍ତ ଭାର ନେଇଥିବାର ଥାନା ସୂତ୍ରରୁ ପ୍ରକାଶ । ତେବେ ମୃତ ବ୍ୟକ୍ତି ଜଣକ କିଏ ଏବଂ କେଉଁଠିକାର ତାହା ଜଣାପଡି ନଥିବା ବେଳେ ଗୁଣୁପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

